ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

  • ଭୁବନେଶ୍ୱର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ ଘଟିଛି। ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଉମାଶଙ୍କର। ସେଠାରେ କିଛିଦିନ ଧରି ଚିକିତ୍ସିତ ହେଉଥିଲେ। ତେବେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଛି। ଏକମାତ୍ର ଓଡ଼ିଆଭାବେ ଉମାଶଙ୍କର ମିଶ୍ର ୨୦୦୩ରେ ସିବିଆଇ ନିର୍ଦ୍ଦେଶକଭାବେ କାର୍ଯ୍ୟ କରିଥିଲେ। ୧୯୬୮ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ଉମାଶଙ୍କର।