ଅଭିନେତା ପରେଶ ରାୱଲ ହେଲେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅଧ୍ୟକ୍ଷ ପଦ ପାଇବା ପରେ ଏହି କାର୍ଯ୍ୟ ଚ୍ୟାଲେଞ୍ଜିଂ ହେଲେ ମଧ୍ୟ ଖୁବ୍ ମଜା ଆସିବ ବୋଲି ଶ୍ରୀ ରାୱଲ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିନେମା ଓ ରଙ୍ଗମଞ୍ଚରେ ଅନେକ ବର୍ଷ ଅଭିଜ୍ଞତା ରଖିଥିବା ପରେଶ ରାୱଲଙ୍କୁ ନୂଆ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ରାୱଲ ପ୍ରମୁଖ ଥିଏଟର କଳାକାର ଅର୍ଜୁନ ଦେ ଚରଣଙ୍କଠାରୁ ଅଧ୍ୟକ୍ଷ ପଦ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ପରେଶ ରାୱଲଙ୍କୁ ଦର୍ଶକ ପରଦାରେ ଭିନ୍ନ ଭିନ୍ନ ରୂପରେ ଦେଖିଛନ୍ତି। କେତେବେଳେ କମେଡିି ତ ପୁଣି କେତେବେଳେ ଗମ୍ଭୀର ଚରିତ୍ରରେ ଦର୍ଶକଙ୍କୁ ନିଜ ଅଡ଼େକୁ ଆକର୍ଷିତ କରିଛନ୍ତି। ଅନ୍ଦାଜ ଅପନା ଅପନା, ଚାଚୀ ୪୨୦, ହେରାଫେରୀ, ହଙ୍ଗାମା, ଓ ମାଇଁ ଗଡ଼ ଓ ଗୋଲମାଲ ଭଳି ମୁଭିରେ ତାଙ୍କ ନିପୁଣ ଅଭିନୟ ଦେଖିବାକୁ ମିଳିଛି।