ସ୍କୁଲ ଫି’ ଛାଡ଼ କରିବାବୁ ଦାବି କଲା ଅଭିଭାବକ ଆସୋସିଏସନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଇଂରାଜୀ ମାଧ୍ୟମ ସ୍କୁଲ(ବେମ୍ସ) ପକ୍ଷରୁ କମ୍ପ୍ୟୁଟର, ଏସିି, ଡିଜିଟାଲ ଆଦି ବିଭିନ୍ନ ପ୍ରକାର ଫି’କୁ ସମ୍ପୂର୍ଣ୍ଣ ରୂପେ ଛାଡ଼ କରିବା ପାଇଁ ଅଭିଭାବକ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଆଜି ଅଭିଭାବକ ଆସୋସିଏସନର ସଦସ୍ୟମାନେ ବେମ୍ସ ସ୍କୁଲର ପ୍ରିନ୍ସିପାଲଙ୍କ ନିକଟକୁ ଏକ ଦାବିପତ୍ର ପଠାଇଛନ୍ତି। ଏଥିରେ କରୋନା ଯୋଗୁ ସମସ୍ତ ସ୍କୁଲ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ସେମାନେ ଉଲ୍ଲେଖ କରିଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇନଥିଲେ। କେବଳ ଅନଲାଇନ ମାଧ୍ୟମରେ ପାଠ ପଢ଼ିଥିଲେ। ଫଳରେ ସେମାନେ ସ୍କୁଲର ଏସି, କମ୍ପ୍ୟୁଟର ପରି ଅନେକ ଡିଜିଟାଲ ଉପକରଣ ବ୍ୟବହାର କରିନାହାନ୍ତି। ତେଣୁ ସ୍କୁଲ କର୍ତୃପକ୍ଷ ଏହି ଡିଜିଟାଲ ଉପକରଣ ବାବଦରେ ନେଉଥିବା ଫି’ ଗୁଡିକୁ ଛାଡ଼ କରୁ ବୋଲି ଅଭିବାକ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ବେମ୍ସ ସ୍କୁଲ କର୍ତୃପକ୍ଷ କିଛିଦିନ ପୂର୍ବରୁ ୧୦ ପ୍ରତିଶତ ସ୍କୁଲ ଫିରେ ରିହାତି କରାଯିବା ନେଇ ଏକ ନୋଟିସ ଜାରି କରିଥିଲେ। ତେବେ ଅଭିଭାବକ ଆସୋସିଏସନ ପକ୍ଷରୁ ସ୍କୁଲ କର୍ତୃପକ୍ଷଙ୍କ ଏହି ନିଷ୍ପତ୍ତିିକୁ ବିରୋଧ କରି ଯେଉଁ ଉପକରଣକୁ ଛାତ୍ରଛାତ୍ରୀମାନେ ବ୍ୟବହାର କରିନାହାନ୍ତି ସେଗୁଡ଼ିକର ଫି’ ସମ୍ପୂର୍ଣ୍ଣ ଭାବରେ ଛାଡ଼ କରିବା ପାଇଁ ଦାବି କରାଯାଇଛି।