ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ଦାବିକଲା ପେରେଣ୍ଟସ୍ ଏସୋସିଏସନ

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ରେ ପେରେଣ୍ଟସ୍ ଏସୋସିଏସନ ତରଫରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଏ ଅବସରେ ଏସୋସିଏସନ ତରଫରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଜିଲ୍ଲାପାଲଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି କରାଯିବାକୁ ଦାବି କରାଯାଇଛି । ସେହିପରି ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିବ୍ୟାଙ୍ଗ ବ୍ୟକ୍ତିକୁ ସାମିଲ କରାଯିବା , ଦିବ୍ୟାଙ୍ଗ ଆଇନ ୨୦୧୬ କୁ ଅବହେଲା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବରଗଡ଼ ଜିଲ୍ଲା ପୁରୁଣା ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ୍ ଉପଲବ୍ଧ କରାଯିବା ସହ ୯ ଦଫା ଦାବି ସମ୍ମିଳିତ ଦାବି ପ୍ରଦାନ କରାଯାଇଥିଲା । ଏ ଅବସରରେ ସମ୍ପାଦକ ସାନନ୍ଦ ନାଗଙ୍କ ସମେତ ରାମଚନ୍ଦ୍ର ଦୀପ, ଅରୁଣ ବାଗ , ଅଶୋକ ଭୋଇ, ହିମାଂଶୁ ପ୍ରଧାନ , ଅବିନାଶ ବାରିକ ତଥା ପେରେଣ୍ଟସ୍ ଏସୋସିଏସନର ବହୁ ସଦସ୍ୟ ଉପସ୍ଥିତ ଥିଲେ ।