ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ, ଏଜେନ୍ସି: ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର। ଏନେଇ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛି। ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ। ପାରାଦୀପ ବନ୍ଦରରୁ ବିଶ୍ୱସ୍ତରୀୟ କରିବାକୁ ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ । ପିପିପି ମୋଡରେ ଏହି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ।ବନ୍ଦର ବିକାଶ ପାଇଁ ବଡ଼ ଜାହାଜ ଆସିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିଆ ସୂଚନା ଦେଇଛନ୍ତି। ବିଲ୍ଡ, ଅପରେଟ୍ ଏବଂ ଟ୍ରାନ୍ସଫର ଆଧାରରେ ପାରାଦୀପ ବନ୍ଦର ନବୀକରଣ ହେବ। ଏହି ପ୍ରକଳ୍ପ ପାଇଁ ୩୦୦୪ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।