ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତରେ ଆଜି ସକାଳୁ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଦବୀ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।୧୨ ୱାର୍ଡ ସଭ୍ୟଙ୍କୁ ନେଇ ଭୋଟ ହୋଇଥିବା ବେଳେ ୭ଖଣ୍ଡ ଭୋଟ ପାଇବା ପରେ ପଙ୍କଜିନୀ ସାହୁ ବିଜୟୀ ହୋଇଛନ୍ତି । ନବ ନିର୍ବାଚିତ ସରପଞ୍ଚ ଗଜପତି ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତିଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୁଲିସ ପ୍ରଶାସନର ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଥିଲା ।