ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଗୁରେଜରେ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ ଏବେ ଭାରି ବରଫପାତ ହେଉଛି । ଉଦ୍ଧାର ପାଇଁ ହେଲିକପ୍ଟର ଓ ଚାଲିଚାଲି ଘଟଣାସ୍ଥଳୀରେ ପହଂଚିବାକୁ ଚେଷ୍ଟା ଜାରି ରହିଛି । ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।