ପଞ୍ଚାୟତସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନାରୀ ସଶକ୍ତିକରଣ ପାଇଁ ଦୁର୍ଲଗା ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ସ୍ୱୟଂ କ୍ଷୁଦ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଦର୍ଶନୀରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ଅନ୍ତର୍ଗତ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କଦ୍ୱାରା ନିର୍ମିତ ତଥା ଉତ୍ପାଦିତ ଦ୍ରବ୍ୟ ସମୂହକୁ ନେଇ ଏକ କ୍ଷୁଦ୍ର ପ୍ରଦର୍ଶତ କରାଯାଇଛି। ଏଥିରେ ଝାରସୁଗୁଡ଼ା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ୍ସ୍ତରୀୟ ସମନ୍ୱିତ ଶିଶୁ କଲ୍ୟାଣ ଯୋଜନା ଅଧିକାରୀ ସୁପ୍ରଭା ମହାପାତ୍ର, ବିପିଏମ୍ ଓଡ଼ିଶା ଜୀବିକା ମିଶନ ଇତିଶ୍ରୀ ପରିଡ଼ା, ସୁପରଭାଇଜର ମାଳତୀ ନାଏକ, ସ୍ୱୟଂ ସହାୟିକା ଗୋଷ୍ଠୀର ସଂଯୋଜିକା ସୁଶିକ୍ତା ମହାନ୍ତି, ବ୍ଲକ୍ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସ୍ୱର୍ଣ୍ଣଲତା ନାଏକଙ୍କ ସମେତ ପଞ୍ଚାୟତସ୍ତରୀୟ ସଂଘର ସିଆରପି ମାନେ ଉପସ୍ଥିତ ଥିଲେ।