ପଞ୍ଚାୟତ ସ୍ଥରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍: ସାରା ଜିଲ୍ଲାରେ ପଞ୍ଚାୟତ ସ୍ଥରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଆଜି ରେଗଡା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ଥରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ବ୍ଲକ୍‌ ଅଧ୍ୟକ୍ଷ କୁନି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ, ସରପଞ୍ଚ ଦୀପ୍ତିରାଣୀ ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ପିଇଓ, ଜିଆର୍‌ଏସ୍‌ ଓ ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ଶିବିରରେ ରାସନ କାର୍ଡ, ଆବାସ ଯୋଜନା, ଭତ୍ତା, ମନରେଗା ଯୋଜନାରେ ପ୍ରକୃତ ଶ୍ରମିକଙ୍କୁ କାମ ଯୋଗାଇ ଦେବା, ଯୋଗାଯୋଗ ପାଇଁ ବିଭିନ୍ନ ରାସ୍ତା ଘାଟ ଉନ୍ନତିକରଣ ଭଳି ଅନେକ ଅଭିଯୋଗ ଆସିଥିଲା। ଅଧ୍ୟକ୍ଷା କୁନି ସାହୁ ଏହି ଶିବିରରେ ଯୋଗଦେବା ସହ ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।