ପାକିସ୍ତାନର ଯୋଜନା ପଣ୍ଡ : ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଜମ୍ମୁ ଜିଲ୍ଲାର ନଗରୋଟ ଅଞ୍ଚଳରେ ଟ୍ରକରେ ଯାଉଥିବା ୪ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିହତ କରିଛି। ଫଳରେ ଆତଙ୍କବାଦୀଙ୍କ ଏକ ବଡ଼ ଆତଙ୍କୀ ଉଦ୍ଦେଶ୍ୟ ପଣ୍ଡ ହୋଇଛି। ଉକ୍ତ ଆତଙ୍କବାଦୀ ଜୈଶ-ଏ ମହମ୍ମଦ ସହ ଜଡ଼ିତ ଥିବାବେଳେ ସେମାନଙ୍କଠାରୁ ଆରଡୀଏକ୍ସ, ୬ ଏକେ ୫୬ ରାଇଫଲ, ମୋବାଇଲ ଫୋନ୍ ଓ ମାଗାଜିନ୍ ଜବତ ହୋଇଛି।

ସମସ୍ତ ଆତଙ୍କବାଦୀ ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ଏକ ଟ୍ରକ ଯୋଗେ ଯାଉଥବାବେଳେ ପୁଲିସ ନଗରୋଟା ପାଖରେ ଥିବା ଏକ ଟୋଲ ପ୍ଲାଜା ପାଖରେ ସେମାନଙ୍କୁ ଅଟକାଇଥିଲା। ପରେ ଉକ୍ତ ଟ୍ରକରେ ଥିବା ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ପୁଲିସ ଉପରେ ଆକ୍ରମଣ କରିଥିଲେ। ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ଯୋଗୁ ଟ୍ରକରେ ନିଆଁ ଲାଗିଯାଇଥିଲା। ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଅତିରିକ୍ତ ବଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଦ୍ୱିତୀୟ ସଂଘର୍ଷ ଜାନୁଆରୀରେ ହୋଇଥିଲା। ସୁରକ୍ଷାବଳ ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ସେମାନେ ବି ଏମିତି ଏକ ଟ୍ରକରେ ଲୁଚି ରହି