ଭୁବନେଶ୍ୱରରେ ୪୬ କରୋନା ପଜିଟିଭ ଚିହ୍ନଟ: ୬୧ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭ଜଣ ରହିଛନ୍ତି। ଅନ୍ୟପଟେ ୬୧ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୩୩୦କୁ ବୃଦ୍ଧି ପାଇଥିବାବେଳେ ୨୯ ହଜାର ୪୭୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୦୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୨୯ ଜଣଙ୍କ ଚିକିତ୍ସା ଜାରି ରହିଛି।