ପାକିସ୍ତାନରେ ବିଚାରପତିଙ୍କ ସମେତ ୪ ଜଣଙ୍କୁ ହତ୍ୟା

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ସ୍ୱାତ୍ ଉପତ୍ୟକାରେ ଅଜଣା ବନ୍ଧୁକଧାରୀ ରବିବାର ଜଣେ ଆତଙ୍କବାଦ ନିରୋଧ ଅଦାଲତର ବିଚାରପତି ଅଫ୍ତାବ ଅହମ୍ମଦ ଆଫ୍ରିଦିଙ୍କ ସମେତ ତାଙ୍କ ପରିବାରର ମୋଟ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇ ବିଚାରପତି ଓ ସେମାନଙ୍କ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।