ଡିଜିପିଙ୍କ ଠାରୁ ସମ୍ମାନିତ ହେଲେ ଫିରିଙ୍ଗିଆ ଥାନା ଅଧିକାରୀ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ନିଜର କର୍ମନିଷ୍ଠା ପାଇଁ ଓଡିଶା ପୁଲିସ ମୁଖ୍ୟ ଡିଜିପି ଅଭୟଙ୍କ ସୋମବାର ସମ୍ମାନିତ ହୋଇଛନ୍ତି। ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଫୁଲବାଣୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ୨୦୧୯ ମସିହାରେ ଫିରିଙ୍ଗିଆ ଥାନାରେ ଥାନା ଅଧିକାରୀ ଭାବେ ଯୋଗ ଦାନ ପରେ ନିଜର କାର୍ଯ୍ୟଦକ୍ଷତା ପାଇଁ ଜିଲ୍ଲା ତଥା ରାଜ୍ୟରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ମହାମାରୀ କୋରେନା ସମୟରେ ଗାଁ ଗାଁରେ ସ୍ୱେଚ୍ଛାସେବୀ ଗଠନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ। ଅନ୍ୟପଟେ ଫିରିଙ୍ଗିଆ ଅଞ୍ଚଳରେ ବିଗିଡି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଚାରୁ ରୂପେ ପରିଚାଳନ କରିବା ସହ ବାହ୍ୟ ରାଜ୍ୟ ଓ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆଙ୍କୁ ବହୁ ମାତ୍ରାରେ ସାବାଡ଼ କରିବାରେ ତାଙ୍କର ଭୂମିକାକୁ ପ୍ରଂସଶା କରାଯାଉଛି।