ବର୍ଷା ଆଣିଦେଲା ପାକିସ୍ତାନର ବିଜୟ, ୩୩ ରନରେ ହାରିଲା ସାଉଥ ଆଫ୍ରିକା

ସିଡନୀ,ଏଜେନ୍ସି: ସାଉଥ ଆଫ୍ରିକାକୁ ହରାଇଲା ପାକିସ୍ତାନ । ସାଉଥ ଆଫ୍ରିକାକୁ ୩୩ ରନରେ ହରାଇଛି ପାକିସ୍ତାନ। ଗୁରୁବାର ଟି-୨୦ ବିଶ୍ୱ କପରେ ସାଉଥ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ ହରାଇ ପାକିସ୍ତାନ ୧୮୫ ରନ କରିଥିଲା । ସାଉଥ ଆଫ୍ରିକା ଆଗରେ ୧୮୬ ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ। ଜବାବରେ ସାଉଥ ଆଫ୍ରିକା ୯ ୱିକେଟ ହରାଇ ମାତ୍ର ୧୦୮ ରନ୍ କରିଛି।

ତେବେ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବାରୁ ଖେଳକୁ ୧୪ ଓଭର କମାଦିଆଯାଇଥିଲା। ସେହିପରି ରନ୍‌ରେ ହ୍ରାସ କରି ୧୪୨ ଟାର୍ଗେଟ୍ ଦିଆଯାଇଥିଲା। ହେଲେ ଏହି ଟାର୍ଗେଟ୍‌କୁ ପୂରା କରିପାରି ନାହିଁ ସାଉଥ ଆଫ୍ରିକା। ଶେଷରେ ପାକିସ୍ତାନ ୩୩ ରନ୍‌ ବିଜୟ ହୋଇ ସେମି ଫାଇନାଲ୍‌ ରେସରେ ଏଣ୍ଟ୍ରି କରିଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମଦମ୍ମଦ ରିଜୱାନ ପ୍ରଥମ ଓଭରରେ ୪ ରନ କରି ପାର୍ନେଲଙ୍କ ବଲରେ ଆଉଟ ହୋଇଥିଲେ । ଅଧିନାୟକ ବାବର ଆଜାମ ନିଜର ବ୍ୟକ୍ତିଗତ ସ୍କୋର ୬ରେ ନିଗଡିଙ୍କ ଶିକାର ହୋଇଥିଲେ। ପରେ ଇଫତିକାର ଅହମଦ ଏବଂ ଶହଦାବ ଖାନ ପାଳିକୁ ସମ୍ଭାଳିଥିଲେ । ଦଳ ପାଇଁ ଶହଦାବ ଖାନ ୨୨ ବଲରୁ ସର୍ବାଧିକ ୫୨ ରନ କରିଥିଲେ। ଇଫତିକାର ଅହମଦ ୩୫ ବଲରେ ୫୧ ରନ କରିଥିଲେ । ସାଉଥ ଆଫ୍ରିକା ପକ୍ଷରୁ ଆନରିଚ୍ ନୋର୍ତଜେ ୪ ୱିକେଟ ହାସଲ କରିଥିଲେ ।