କାଜମ ମଦାନୀ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ସଦସ୍ୟ ମନୋନୀତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ସାଧାରଣ ପରିଷଦ ଉର୍ଦ୍ଦୁ ଏକାଡେମୀ ପୁର୍ନଗଠନ କରାଯାଇଛି । ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ସୟଦ କାଜମ ମଦାନୀଙ୍କୁ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଜିଲ୍ଲାରେ ଉର୍ଦ୍ଦୁ ଭାଷାର ପ୍ରଚାର ପ୍ରସାର ସହ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି, ଉର୍ଦ୍ଦୁ ଲାଇବ୍ରେରୀ ଆଦି କାର୍ଯ୍ୟକ୍ରମ କରିବା ପାଇଁ ଦାବୀ ରଖିବେ ବୋଲି ଶ୍ରୀ ମଦାନୀ ପ୍ରତିକ୍ରିୟାରେ କହିଛନ୍ତି । ମଦାନୀଙ୍କୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।