ଭାରତ ସହ ଆଲୋଚନା ପାଇଁ ପୁଣି ଇଚ୍ଛା ଜାହିର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରୀଫ ଭାରତ ସହ ଆଲୋଚନା ପାଇଁ ପୁଣିଥରେ ଇଚ୍ଛା ଜାହିର କରିଛନ୍ତି । କ୍ଷେତ୍ରୀୟ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଭାରତ ସହ ସହଯୋଗ କରିବା ପାଇଁ ପାକିସ୍ତାନ ଇଚ୍ଛା ପ୍ରକାଶ କରିଛି । ଏହାସହ ପକିସ୍ତାନର କାହା ବିରୋଧରେ କିଛି ନାହିଁ ବୋଲି ସହବାଜ ଜୋର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ସହବାଜ ସରୀଫ ଇସଲାମାବାଦରେ ଆୟୋଜିତ ହୋଇଥିବା ପାକିସ୍ତାନ ଖଣିଜ ଶିଖର ସମ୍ମିଳନୀ ଉଦଘାଟନ ଅବସରରେ କହିଛନ୍ତି ଯେ, ଆମେ ସମସ୍ତଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ ଏମିତିକି ପଡ଼ୋଶୀ ରାଷ୍ଟ୍ର ଭାରତ ସହ ମଧ୍ୟ । କିନ୍ତୁ ପଡ଼ୋଶୀ ରାଷ୍ଟ୍ର ମଧ୍ୟ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଦରକାର । ବର୍ତ୍ତମାନ ସମୟରେ ଯୁଦ୍ଧ ବିକଳ୍ପ ନୁହେଁ ।