୧୨ ବର୍ଷ ପରେ ଅକ୍ଷୟଙ୍କ ଫିଲ୍ମକୁ ମିଳିଲା ‘ଏ’ ସାର୍ଟିଫିକେଟ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମଜି ୨’କୁ ନେଇ ଚର୍ଚ୍ଚା ଜୋର ଧରିଛି । ବହୁ ପ୍ରତୀକ୍ଷା ପରେ ଫିଲ୍ମକୁ ‘ଏ’ ସାର୍ଟିଫିକେଟ ମିଳିବା ସହ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବ ବୋଲି ସୂଚନା ମିଳିଛି । ଏହାସହ ଫିଲ୍ମରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି ।

ଅକ୍ଷୟ କୁମାରଙ୍କ କୌଣସି ଫିଲ୍ମକୁ ଦୀର୍ଘ ୧୨ ବର୍ଷ ହେବ ‘ଏ’ ସାର୍ଟିଫିକେଟ ମିଳିନାହିଁ । ଶେଷଥର ପାଇଁ ୨୦୧୧ରେ ରିଲିଜ ହୋଇଥିବା ଅକ୍ଷୟଙ୍କ ଫିଲ୍ମ ‘ଦେଶୀ ବୟେଜ’କୁ ‘ଏ’ ସାର୍ଟିଫିକେଟ ମିଳିଥିଲା । ‘ଦେଶୀ ବୟେଜ’ରେ ଅକ୍ଷୟଙ୍କ ସହ ମୁଖ୍ୟ ଭୂମିକାରେ ଜନ ଆବ୍ରାହିମ, ଦୀପିକା ପାଦ୍ୟୁକୋନ୍ ଓ ଚିତ୍ରଙ୍ଗଦା ସିଂହ ନଜର ଆସିଥିଲେ ।