Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଷମକଟକ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ବଳଦେବ ଶତପଥୀ ନିର୍ବାଚିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଷମକଟକ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ବଳଦେବ ଶତପଥୀ ନିର୍ବାଚିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତିଭାବେ ବଳଦେବ ଶତପଥୀ ନିର୍ବାଚିତ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ କିନୁ କନ୍ଧପାଣି ୩୪୭ ଖଣ୍ଡ ଭୋଟ ପାଇଥିବାବେଳେ ବଳଦେବ ୩୮୯ଖଣ୍ଡ ଭୋଟ ପାଇ ୪୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବଳଦେବ ଜିତିବା ପରେ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଦେଖାଯାଇଛି । ଆଗାମୀ ଦିନରେ ଯୁବକଙ୍କୁ ଏକତ୍ରିତ କରିବା ସହ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବୁଥସ୍ତରରେ ଦଳକୁ ମଜବୁତ କରିବି। ଏହାସହ ୨୦୨୪ ବିଧାନସଭା ନିର୍ବାଚନରେ କିପରି କଂଗ୍ରେସ ବିଜୟ ଲାଭ କରିବ ସେଥିପାଇଁ ସଙ୍କଳ୍ପ କରି କାମ କରିବି ବୋଲି ଗଣମାଧ୍ୟମକୁ ବଳଦେବ ସୂଚନା ଦେଇଛନ୍ତି । ବଳଦେବ ଜିତିବା ପରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ପୂର୍ବତନ ଲୋକସଭା କ୍ଷେତ୍ର ସଭାପତି ଭବାନୀଶଙ୍କର ଜେନା, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପିଣ୍ଟୁ ସାହୁ, ପୂର୍ବତନ ପିସିସି ସଭ୍ୟ ଡମ୍ଭୁରୁଧର ଶତପଥୀ, ଚନ୍ଦ୍ରଶେଖର ବେହେରା, ବିଶିଷ୍ଟ କଂଗ୍ରେସ ନେତା ଲମ୍ବୋଦର ପିଡ଼ିକାକା, ନିଳମାଧବ ଉଲାକା, କିରଣ ରତନାଲୁ, ବିଜୟ ପଟ୍ଟନାୟକ, ଅଶୋକ ଆଚାର୍ଯ୍ୟ ଓ ଲିପୁ ରାଉତ ପ୍ରମୁଖ କଂଗ୍ରେସ ନେତା ଶୁଭେଚ୍ଛା ଜଣାଇଛନ୍ତି ।