ଭାରତ ସହ ସ୍ଥାୟୀ ଶାନ୍ତି ଚାହୁଁଛି ପାକିସ୍ତାନ! ଜମ୍ମୁ କଶ୍ମୀର ନେଇ ପ୍ରଧାନମନ୍ତ୍ରୀ ଶରୀଫ ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ହୋଇଥିବା ସଂପର୍କ ପୁଣି ଥରେ ଜୀବିତ ହୋଇପାରେ । ପାକିସ୍ତାନ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବେ ଭାରତ ସହିତ ଆଲୋଚନା କରିବାକୁ ବଳ କଷୁଛନ୍ତି । ତେଣୁ ଆଶା କରାଯାଉଛି ଯେ, ଖୁବ ଶୀଘ୍ର ଉଭୟ ଦେଶ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ସହିତ ଆଲୋଚନା କରିପାରନ୍ତି ।

ଅଗଷ୍ଟ ୨୦ରେ ଆସିଥିବା ଗଣମାଧ୍ୟମର ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ କହିଛନ୍ତି ଯେ, ପାକିସ୍ତାନ ଆଲୋଚନା ମାଧ୍ୟମରେ ଭାରତ ସହିତ ‘ସ୍ଥାୟୀ ଶାନ୍ତି’ ଚାହୁଁଛି । କାରଣ କଶ୍ମୀର ପ୍ରସଙ୍ଗକୁ ସହଜ କରିବା ପାଇଁ ଆଲୋଚନାର ଆବଶ୍ୟକତା ରହିଛି ।

ଖବରକାଗଜ ‘ଦ ନ୍ୟୁଜ ଇଣ୍ଟରନ୍ୟାସନାଲ’ର ରିପୋର୍ଟ ଅନୁସାରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଏକ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା କରି ଶରୀଫ କହିଛନ୍ତି ଯେ, କ୍ଷେତ୍ରରେ ଶାନ୍ତି ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବ ଅନୁସାରେ କଶ୍ମୀର ପ୍ରସଙ୍ଗର ସମାଧାନ ସହିତ ଜଡିତ । ପାକିସ୍ତାନ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଛି । ଆମେ ଆଲୋଚନା ମାଧ୍ୟମରେ ଭାରତ ସହିତ ସ୍ଥାୟୀ ଶାନ୍ତି ଚାହୁଁଛୁ । କାରଣ ଯୁଦ୍ଧ କୌଣସି ଦେଶ ପାଇଁ ବିକଳ୍ପ ନୁହେଁ ।