ଆଫଗାନିସ୍ତାନରେ ପୁଣି ଥରେ ଭାରତୀୟ ଦୂତାବାସ ଆରମ୍ଭ, ସୁରକ୍ଷା ସୁନିଶ୍ଚିତ କରିବ ତାଲିବାନ!

କାବୁଲ,ଏଜେନ୍ସି: ଭାରତ ଓ ତାଲିବାନ ସରକାରଙ୍କ ମଧ୍ୟରେ ପୁଣିଥରେ କୁଟନୈତିକ ସଂପର୍କ ଆରମ୍ଭ ହୋଇଯାଇଛି । ସୋମବାର ଠାରୁ କାବୁଲରେ ଭାରତୀୟ ଦୂତାବାସରେ କାମକାର୍ଯ୍ୟ ଆରମ୍ଭ କରିଦିଆଯିବ । ତାଲିବାନ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି ଏବଂ ଭାରତୀୟ କୁଟନୀତିକୁ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପାଇଁ ଆଶ୍ୱାସନା ଦେଇଛି । ଏଥି ସହିତ ତାଲବାନ ସରକାର ଏହା ବି କହିଛି ଯେ, ଚୀନକୁ ଆଫଗାନିସ୍ତାନରେ ସେନା ଠିକଣା କରିବାକୁ ଅନୁମତି ଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଗତବର୍ଷ ତାଲିବାନ ଯେତେବେଳେ ଆଫଗାନିସ୍ତାନକୁ ଅକ୍ତିଆର କରିଥିଲା, ସେହି ସମୟରେ କାବୁଲରେ ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିଲା । ଏବେ ଏହାକୁ ସୋମବାର (ଅଗଷ୍ଟ ୨୨) ଠାରୁ ପୁଣି ଥରେ ସକ୍ରିୟ କରିଦିଆଯିବ । ଆଫଗାନିସ୍ତାନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ କହାର ବଲଖି ଶନିବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତର ୧୩ତମ କୁଟନୈତିକ କାବୁଲ ପହଞ୍ଚି ସାରିଛନ୍ତି ଏବଂ ନିଜର କାମ ସେ ପୁଣି ଥରେ ଆରମ୍ଭ କରିଦେବେ । କୁହାଯାଉଛି ଯେ, ଆଫଗାନିସ୍ତାନ ପଡୋଶୀଙ୍କ ସହିତ ସୁସଂପର୍କ ରଖିବାକୁ ଚାହୁଁଛି ।