ଦିଲ୍ଲୀ ମଦ ଦୁର୍ନୀତି: ୧୪ ଘଣ୍ଟିଆ ସିବିଆଇ ଚଢ଼ଉ, ୧୨ ଘଣ୍ଟା ସିସୋଦିଆଙ୍କୁ ପଚରାଉଚରା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ମଦ ଦୁର୍ନୀତି ଆମ ଆଦମୀ ପାର୍ଟି (ଆପ) ସରକାର ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି, ଯାହାକି ଆରମ୍ଭରୁ କେବଳ ଏଲଜି ଓରଫ କେଜ୍ରିୱାଲ ଭିତରେ ସୀମିତ ରହୁଥିଲା, ଏବେ ସିବିଆଇ ଯାଞ୍ଚ ହୋଇସାରିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପର୍ଯ୍ୟନ୍ତ ତଦନ୍ତ ହୋଇସାରିଛି ଏବଂ ଅନେକ ପ୍ରକାରର ଅଭିଯୋଗ ହେଉଛି । ତେବେ ଏହି ମାମଲାରେ ଆହୁରି ଅନ୍ୟମାନଙ୍କର ଭୂମିକା ଥାଇପାରେ ବୋଲି ମଧ୍ୟ ସନ୍ଦେହ ହେଉଛି ।

ମଦ ଦୁର୍ନୀତି କଥା ଯଦି କହିବା ଏହି ଘଟଣାକ୍ରମର ଆରମ୍ଭ ଶୁକ୍ରବାର ସକାଳୁ ହୋଇଥିଲା । ମନୀଷ ସିସୋଦିଆଙ୍କ ଘରେ ସିବିଆଇ ୧୪ ଘଣ୍ଟିଆ ଚଢ଼ଉ କରିଥିଲା । ବିଳମ୍ବିତ ରାତି ଯାଏ ଏହା ଜାରି ରହିଥିଲା । ତଦନ୍ତ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଜବତ ହୋଇଥିଲା । ସିସୋଦିଆଙ୍କର ଗାଡ଼ି ମଧ୍ୟ ତଦନ୍ତ ହୋଇଥିଲା ।

ପ୍ରଥମ ଦିନର ଚଢ଼ଉ ପରେ ଦ୍ୱିତୀୟ ଦିନ ପାଇଁ ସିବିଆଇ ନିଜର କାର୍ଯ୍ୟକ୍ରମ ନେଇ ଯୋଜନା ପ୍ରସ୍ତୁତ କରିଦେଇଥିଲା । ପୂର୍ବରୁ ସନ୍ଦେହ ହେଉଥିଲା ଯେ, ସିବିଆଇ ପ୍ରଥମେ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବ ନାଁ ତାଙ୍କର ନିକଟତରଙ୍କୁ । ଶନିବାର ସକାଳୁ ପଚରାଉଚରା ପାଇଁ ସିବିଆଇ ମନୀଷ ସିସୋଦିଆଙ୍କୁ ଡାକିଥିଲା, ଯାହାଙ୍କ ଉପରେ ଅଭିଯୋଗ ରହିଛି ଯେ, କମିଶନ ନେବା ବଦଳରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଅନ୍ତି । ପୂରା ୧୨ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା ଜାରି ରହିଥିଲା ।

ତେବେ ସିବିଆଇର କାର୍ଯ୍ୟାନୁଷ୍ଠାନ ନେଇ ମନୀଷ ସିସୋଦିଆ ଶୁକ୍ରବାର କହିଛନ୍ତି ଯେ, ଆଜି ସକାଳୁ ସିବିଆଇ ଟିମ ଆସିଥିଲେ । ସେମାନେ ପୂରା ଘରକୁ ଯାଞ୍ଚ କରିଥିଲେ । ମୋର କମ୍ପ୍ୟୁଟର ଓ ବ୍ୟକ୍ତିଗତ ମୋବାଇଲ ଜବତ କରି ନେଇଯାଇଥିଲେ । ତଦନ୍ତ ସମୟରେ ମୁଁ ଓ ମୋର ପରିବାର ଲୋକେ ସିବିଆଇକୁ ପୂରା ସହଯୋଗ କରିଛୁ । ଆଗାମୀ ଦିନରେ ମଧ୍ୟ ତଦନ୍ତ ହେଲେ ପୂରା ସହଯୋଗ କରିବୁ । ଆମେ କିଛି ଭୁଲ କରିନାହିଁ । କୌଣସି ଦୁର୍ନୀତି କରିନାହିଁ । ଏଥି ପାଇଁ ଆମେ ଡରିବୁ ନାହିଁ । ଏଥି ସହିତ ମନୀଷ ସିସୋଦିଆ କେନ୍ଦ୍ରକୁ ଦାୟୀ କରିଛନ୍ତି । ସିବିଆଇର ଦୁରୁପଯୋଗ କରାଯାଉଛି ।