ପାକିସ୍ତାନରେ ହିନ୍ଦୁ ବେପାରିକୁ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ପ୍ରଦର୍ଶନ

ଖୁଜଦାରି,ଏଜେନ୍ସି: ପାକିସ୍ତାନର ବ୍ୟବସାୟୀମାନେ ଜଣେ ହିନ୍ଦୁ ବ୍ୟବସାୟୀକୁ ହତ୍ୟା କରିଥିବା ଘଟଣାରେ ଆଜି ବ୍ୟବସାୟୀମାନେ ବିରୋଧ କରି ପ୍ରଦର୍ଶନ କରିଛନ୍ତି। ଫଳରେ ଖୁଜଦାରି ଓ କରାଚି ମଧ୍ୟରେ ବହୁ ସମୟ ଧରି ଟ୍ରାଫିକ ଜାମ ରହିଥିଲା।

ଦ ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ ସୋମବାର ଦିନ ଏକ ହିନ୍ଦୁ ବ୍ୟବସାୟୀକୁ ମୁସଲିମ ବ୍ୟବସାୟୀ ମାନେ ହତ୍ୟା କରିଥିଲେ। ଏହି ଘଟଣାକୁ ବିରୋଧ କରି ଅନ୍ୟ ବ୍ୟବସାୟୀମାନେ ବଲୁଚିସ୍ତାନର ଖୁଜଦାର ଜିଲ୍ଲାର ବାଧ୍ୟ ସହରରେ ହଡ଼ତାଳ କରିଥିଲେ।

ପୁଲିସ ସୂଚନା ଅନୁସାରେ କିଛି ଦୁର୍ବୃତ୍ତ ବାଇକରେ ଆସି ବାଧ୍ୟ ବଜାରର ଅଶୋକ କୁମାର ନାମକ ଏକ ବ୍ୟବସାୟୀ ଉପରକୁ ଗୁଳି ଚଳାଇଥିଲେ। ସେହି ସମୟରେ ବ୍ୟବସାୟୀ ଜଣଙ୍କ ନିଜ ଦୋକାନରେ ବସିଥିଲା। ଏଥିରେ ଅଶୋକ ଗୁରୁତର ହୋଇଥିବା ବେଳେ ତାକୁ ବାଧ୍ୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ମୃତ୍ୟୁ ହୋଇଥିଲା। ହିନ୍ଦୁ ବେପାରୀଙ୍କ ମୃତ୍ୟୁ ଖବର ପାଇବା ପରେ ବାଧ୍ୟ ବଜାରର ସମସ୍ତ ବେପାରୀ ନିଜ ଦୋକାନ ବନ୍ଦ କରି ଆନ୍ଦୋଳନ କରିଥିଲେ। ଏନେଇ ଖୁଜଦାର ଓ କରାଚି ମଧ୍ୟରେ ବ୍ୟାରିକେଡ ଲଗାଇ ବ୍ୟବସାୟୀମାନେ ଆନ୍ଦୋଳନ କରିଥିଲେ।