ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶରଧାପୁର ନିକଟରେ ଗତକାଲି ରାତିରେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଟାଙ୍ଗରପଡ଼ା ବାଦୁଡ଼ିଘେରା ସାହିର ଚିତ୍ତରଞ୍ଜନ ନାୟକ, ବୁଲୁ ନାୟକ, ଗୁଡୁ ନାୟକ ଓ ସଦର ଥାନା ନେଲୁଙ୍ଗ ଗ୍ରାମର ସଞ୍ଜିତ ନାୟକ ବୋଲି ଜଣାପଡ଼ିଛି। ଉଭୟ ବିପରୀତ ଦିଗକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।