ପାକିସ୍ତାନର ପୁଣି ଏଲ୍‌ଓସିରେ ଅସ୍ତ୍ରବିରତିର ଉଲ୍ଲଂଘନ

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଥରେ ଏଲଓସିରେ ପୁଣି ଥରେ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି । ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଚ୍‌ ଜିଲ୍ଲାର ଶାହାପୁର ଓ କେରନି ଅଞ୍ଚଳରେ ଥିବା ଭାରତୀୟ ସେନା ପୋଷ୍ଟ ସମେତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପ୍ରବଳ ଗୁଳିବର୍ଷଣ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ୪ ଜଣ ସାଧାରଣ ନାଗରିକଙ୍କୁ ସଙ୍ଗେସଙ୍ଗେ ନିକଟବର୍ତ୍ତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।