କଣ୍ଟିଆପଡା ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ମାର୍ଚ୍ଚ ୨୦ରେ ନିର୍ବାଚନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର କଣ୍ଟିଆପଡା ପଞ୍ଚାୟତ ର ସମିତିସଭ୍ୟ ପଦ ପାଇଁ ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୨୦ରେ ମତଦାନ ହେବା ପାଇଁ ନିର୍ବାଚନ ଅଧିକାରୀ ତଥା ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ନୋଟିସ ଜାରି କରିଛନ୍ତି। ଫେବୃୟାରୀ ୧୯,୨୦ ଓ ୨୪ ତାରିଖରୁ ମନୋନୟନ ସକାଶେ ଆବେଦନ ପତ୍ର ବ୍ଲକ କାର୍ୟ୍ୟାଳୟରେ ମିଳିବା ସହ ଏହି ଦିନମାନଙ୍କରେ ଇଛୁକ ପ୍ରାର୍ଥୀ ପ୍ରାଥୀପତ୍ର ଦାଖଲ କରିପାରିବେ। ଫେବୁୟାରୀ ୨୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୮ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ।

ଆବଶ୍ୟକ ହେଲେ ମାର୍ଚ୍ଚ ୨୦ ତାରିଖରେ ନିର୍ବାଚନ ସକାଶେ ଭୋଟ ଗ୍ରହଣ ସକାଳ ୭ରୁ ଦିନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ। ସୁଚନାଯୋଗ୍ୟ ଯେ, ଏହି ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ନାଏକ ବିଧାୟକ ହେବାପରେ ଦୀର୍ଘ ୧୧ ମାସ ସମିତିସଭ୍ୟ ପଦ ଖାଲିପଡିଥିଲା । ଏହି ପଦ ପାଇଁ ପ୍ରାର୍ଥୀମାନେ ଆଶାୟୀ ଥିଲେ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ପାଟଣା ରାଜନୀତି ସରଗରମ ରହି ପ୍ରାର୍ଥୀଙ୍କ ମନରେ ଉତ୍ସୁକତା ଦେଖାଦେଇଛି ।