ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନ ବୁଧବାର ଭାରତ-ଆମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ପରେ ବୟାନ ଜାରି କରିଛି। ଏଥିରେ କହିଛି ଯେ, ପାକିସ୍ତାନ ଓ ଆତଙ୍କବାଦ ନେଇ ହୋଇଥିବା ଆଲୋଚନା ଅନୁଚିତ। ପାକିସ୍ତାନର ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ଭାରତ ଏଭଳି ଭାବେ ଦେଇଥିବା ବୟାନରେ ରାଜ୍ୟ ପୋଷିତ ଆତଙ୍କବାଦ ଓ କଶ୍ମୀରବାସୀଙ୍କ ବିରୋଧରେ ନିର୍ଯ୍ୟାତନାକୁ ଲୁଚାଇବାକୁ ଉଦ୍ୟମ କରୁଛି।
ସୂଚନାଯୋଗ୍ୟ, ଭାରତ-ଆମେରିକା ନିଜର ଯୁଗ୍ମ ବୟାନରେ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ନେଉ। ଉଭୟ ଦେଶ ସଂଯୁକ୍ତ ବୟାନ ଉପରେ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରିଛି। ଏଥିରେ କିଛି କିଛି ଶେଷ ହୋଇ ସାରିଥିବା ଆତଙ୍କବାଦୀ ସଂଗଠନ ସନ୍ଦର୍ଭରେ ଉଭୟ ଦେଶର ଭୁଲ ଆତଙ୍କବାଦୀ ବିରୋଧୀ ଫୋକସକୁ ଦେଖାଉଛି।
ବିଦେଶ ମନ୍ତ୍ରାଳୟ ନିଜର ବୟାନରେ କହିଛି ଯେ ଦୁଃର୍ଭାଗ୍ୟପୂର୍ଣ୍ଣ ବିଷୟ ହେଲା ଯେ, ଦୁଇ ଦେଶ ଏକାଠି ହୋଇ ନିଜର ରାଜନୈତିକ ଲାଭ ପାଇଁ ଅନ୍ୟ ଦେଶକୁ ଟାର୍ଗେଟ କରୁଛନ୍ତି। ପାକିସ୍ତାନ ବିରୋଧରେ ଦିଆଯାଇଥିବା ବୟାନ ଦୁର୍ଭାଗ୍ୟପୂର୍ଣ୍ଣ। ଏଥିରେ ବିଶ୍ୱସନୀୟତା କମ ରହିଛି। ବିଦେଶ ମନ୍ତ୍ରାଳୟ ନିଜର ବୟାନରେ କହିଛି ଯେ, ଗତ ୨ ଦଶନ୍ଧିରେ ପାକିସ୍ତାନ ଆତଙ୍କବାଦୀ ଶେଷ କରିବା ପାଇଁ ବଡ଼ ଉଦ୍ୟମ କରିଛି।