ନ୍ୟୁୟର୍କ ମେଟ୍ରୋ ଷ୍ଟେସନ୍‌ରେ ଗୁଳିମାଡ: ସନ୍ଦିଗ୍ଧ ଗିରଫ, ପୂର୍ବରୁ ୯ ଥର ଜେଲ ଯାଇଥିଲା ଅଭିଯୁକ୍ତ

ନ୍ୟୁୟର୍କ,ଏଜେନ୍ସି: ଆମେରିକୀୟ ସହର ‘ନ୍ୟୁୟର୍କ’ ସହରର ବ୍ରୁକ୍‌ଲିନ୍ ସବ୍‌ୱେ ଷ୍ଟେସନରେ ଗୁଲମାଡ଼ ଘଟଣାରେ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ନ୍ୟୁୟର୍କ ପୁଲିସ କମିଶନର କୀଚାନ୍ତ ସେୱେଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଗୁଳିମାଡ଼ରେ ୧୦ ଜଣ ଆହତ ହୋଇଥିଲେ। ନ୍ୟୁୟର୍କ ଅଗ୍ନିଶମ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଘଟଣାସ୍ଥଳରେ ଅନେକ ଲୋକଙ୍କର ଶରୀରରେ ଗୁଳିମାଡ଼ କରାଯାଇଛି। ପୁଲିସ କହିବା ଅନୁସାରେ ଘଟଣା ପରେ ଷ୍ଟେସନରେ ଧୂଆମୟ ଦେଖାଯାଇଥିଲା।

ଆତତାୟୀ ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଖସିଯାଇଥିଲା। ପୁଲିସ ଅଭିଯୁକ୍ତକୁୁ ଧରିବା ପାଇଁ ଉଦ୍ୟମ ଜାରି ରଖଥିଲା। ନ୍ୟୁୟର୍କ ବ୍ରି ଅନ ପିସ୍‌ର ୟୁଏସ୍ ଅର୍ଟର୍ଣ୍ଣି ଫର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ସନ୍ଦିଗ୍ଧ ଫ୍ରାନ୍ସ ରବର୍ଟ ଜେମ୍ମସକୁ ପୋଲିସ ଗିରଫ କରିଛି। ପୂର୍ବରୁ ପୁଲିସ ୬୨ ବର୍ଷୀୟ ଅଭିଯୁକ୍ତକୁ ୧୯୯୦ରୁ ୧୯୯୮ ମସିହାରେ ୯ ଥର ଗିରଫ କରି ଜେଲ ପଠାଇଥିଲା। ସେ ସ୍ମୋକ ଗ୍ରେନାଡେସ ଛାଡ଼ିଥିଲା ଏବଂ ୩୩ ଥର ଗୁଳି କରିଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। ପୁଲିସ ତରଫରୁ ସୁରକ୍ଷା ବଢ଼ାଇ ଦିଆଯାଇଛି। ଆମେରିକୀୟ ସମୟ ଅନୁସାରେ ସକାଳ ସାଢ଼େ ୮ଟାରେ ଗୁଳିମାଡ଼ ହୋଇଥିଲା। ଏହି ସମୟରେ ମେଟ୍ରୋରେ ଅନେକ ଲୋକ ଯିବାଆସିବା କରୁଥିଲେ। ଷ୍ଟେସନରେ ମଧ୍ୟ ଭିଡ଼ ଥିଲା।