ମଝି ଦରିଆରୁ ପୁଣି ୩୦ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଲା ପାକ୍

ଗାନ୍ଧୀନଗର,ଏଜେନ୍ସି: ପୁଣି ଥରେ ଶତ୍ରୁତା ଜାହିର କଲା ପାକିସ୍ତାନ। ଗୁଜୁରାଟର ସମୁଦ୍ରରୁ ଗତକାଲି(ଶନିବାର) ପୁଣି ପାଞ୍ଚଟି ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ। ୫ ଭାରତୀୟ ଡଙ୍ଗାରୁ ପ୍ରାୟ ୩୦ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଛି। ଗତ ୨୫ ଦିନ ମଧ୍ୟରେ ୨୦ଟି ଡଙ୍ଗା ସହ ୧୨୦ରୁ ଅଧିକ ମତ୍ସ୍ୟଜୀବୀକୁ ଅପହରଣ କରିଛି ପାକିସ୍ତାନ। ପୋରବନ୍ଦର, ୱାନକବାରା, ଓଖା ବନ୍ଦର, ମାଙ୍ଗରୋଲରୁ ୨ଟି ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ।

ସୂଚନା ଅନୁସାରେ ସତ୍ୟବତୀ ନାମକ ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଫେବୃଆରୀ ୧ ତାରିଖରେ ଓଖା ବନ୍ଦରରୁ ଅପହରଣ କରିନେଇଥିଲା ପାକିସ୍ତାନ । ଗତ ଜାନୁଆରୀ ୩୧ ତାରିଖରେ ଭୁଜ ଉପକୂଳ ନିକଟବର୍ତ୍ତୀ ଲଖପାଟୱାରୀ କ୍ରିକ ଅଞ୍ଚଳରୁ ୩ ପାକିସ୍ତାନୀ ମାଛଧରା ବୋଟ ଜବତ କରିଥିଲା ସୀମା ସୁରକ୍ଷା ବଳ।