ସୀମାରେ ପାକିସ୍ତାନୀ ଡ୍ରୋନ୍ ଠାବ

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଭୋର ୪ଟା ସମୟରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଡେରା ବାବା ନାନକ ସ୍ଥିତ ଆନ୍ତର୍ଜାତିକ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ବିମାନ ଉଡୁଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ସୀମାରେ ପ୍ରହରାରତ ବିଏସଏଫ ଯବାନ ଏହାକୁ ଲକ୍ଷ୍ୟକରି ଗୁଳି ଚଳାଇବା ଫଳରେ ଡୋନ୍ ବିମାନଟି ପୁଣି ପାକିସ୍ତାନ ଭିତରକୁ ଫେରିଯାଇଥିଲା। ବିଏସଏଫ ପକ୍ଷରୁ ଉକ୍ତ ଅଞ୍ଚଳରେ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି। ପାକ୍ ଡ୍ରୋନ୍ ଜରିଆରେ ଭାରତୀୟ ସୀମାରେ ଅସ୍ତ୍ରଶସ୍ତ୍ର ଓ ମାଦକଦ୍ରବ୍ୟ ଚାଲାଣ କରାଯାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି।