ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତିରେ ‘ପଦ୍ମାବତୀ’ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଛି । ତିରୁପତି ରେଲୱେ ଷ୍ଟେସନରେ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଏହି ସମୟରେ ଉକ୍ତ ବଗିରେ କୌଣସି ଯାତ୍ରୀ ନଥିଲେ । ବଗିକୁ ଟ୍ରେନରେ ଯୋଡ଼ା ଯାଉଥିବା ସମୟରେ ଦୁର୍ଘଟଣାଟି ଘଟିଥିଲା । ରେଳ କର୍ମଚାରୀ ବଗିକୁ ପୁଣିଥରେ ଲାଇନକୁ ଆଣିବା ପାଇଁ ଅପରେସନ ଜାରି ରଖିଛନ୍ତି ।