ପୁଁଛ ସେକ୍ଟରରେ ୪ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାଜୋରୀ-ପୁଁଛ ସେକ୍ଟରସ୍ଥିତ ସିନ୍ଧରା ଗାଁରେ ସୁରକ୍ଷାବଳ ତରଫରୁ ୪ଜଣ ଆତଙ୍କବାଦଙ୍କୁ ନିପାତ କରାଯାଇଛି । ବର୍ତ୍ତମାନ ସମୟରେ ମୃତ ଆତଙ୍କବାଦୀଙ୍କ ପରିଚୟ ସାମ୍ନାକୁ ଆସିଛି । ସମ୍ପୃକ୍ତ ଆତଙ୍କବାଦୀ ଆତଙ୍କବାଦ ସଂଗଠନ ଲସ୍କର-ଏ-ତୈୟବାର ଜିହାଦୀ ଓ ପାକିସ୍ତାନୀ ନାଗରିକ । ସେମାନଙ୍କର ପରିଚୟ ମହମ୍ମୁଦ ଅହମ୍ମଦ, ଅବଦୁଲ ହମୀଦ, ମୋହମ୍ମଦ ସରିଫ ରୂପେ ହୋଇଥିବାବେଳେ ଅନ୍ୟଜଣଙ୍କ ପରିଚୟ ମିଳିନି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଜୁଲାଇ ୧୬ ଓ୧୭ରେ ଏହି ଆତଙ୍କବାଦୀଙ୍କ ସହ ସୁରକ୍ଷାବଳର ସଂଘର୍ଷ ହୋଇଥିଲା ।