ମୌସୁମୀ ଅଧିବେସନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନ ଆସନ୍ତାକାଲିଠୁ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଉକ୍ତ ବୈଠକରେ ଅଧିବେସନ ସମ୍ବୋଧିତ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ସବୁ ଦଳକୁ ସୂଚିତ କରିଥିବା ଜଣାପଡ଼ିଛି। ଅନ୍ୟପଟେ ବିରୋଧୀ ଦର ବୃଦ୍ଧି ଉପରେ ଚର୍ଚ୍ଚା କରିବାକୁ ନେଇ ଦାବୀ କରିଥିଲା ।

ସୂଚନାଯୋଗ୍ୟ, ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦୀୟ ମୌସୁମୀ ଅଧିବେସନ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ ।