ଭିଜିଲାନ୍ସ ଜାଲରେ ପଡ଼ିଆବାହାଲ ରେଞ୍ଜର

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଦ୍ଧା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଭିଜିଲାନ୍ସ ଦଳ ଶ୍ରୀ ମିର୍ଦ୍ଧାଙ୍କ ସମ୍ବଲପୁର ସହର ପୁଟିବନ୍ଧସ୍ଥିତ ତିନି ମହଲା କୋଠା, ପୁଟିବନ୍ଧରେ ଆଉ ଦୁଇଜଣ ଆତ୍ମୀୟଙ୍କ ଘର ପଡ଼ିଆବାହାଲସ୍ଥିତ କାର୍ଯ୍ୟାଳୟ ଏବଂ ଧମା ଥାନା ଅନ୍ତର୍ଗତ ସୁବନପୁର ବିଶିଡେରାସ୍ଥିତ ଫାର୍ମ ହାଉସରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ଦଳର ଖାନତଲାସ ଜାରି ରହିଥିବାବେଳେ ଶ୍ରୀ ମିର୍ଦ୍ଧାଙ୍କ ସମ୍ପତ୍ତିର ଆକଳନ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।