କଳାହାଣ୍ଡି ଗସ୍ତରେ କେନ୍ଦ୍ର, ରାଜ୍ୟ ଖାଦ୍ୟ ଯୋଗାଣ ସଚିବ

ଭବାନୀପାଟଣା,ଏନ୍ଏନ୍ଏସ୍: କେନ୍ଦ୍ର ଖାଦ୍ୟ ଯୋଗାଣ ସଚିବ କଳାହାଣ୍ଡି ଗସ୍ତରେ ଆସି ଧାନକିଣା ପ୍ରକ୍ରିୟାର ବାସ୍ତବ ସ୍ଥିତି ପରଖିଥିଲେ। ତାଙ୍କ ସହ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବ, ରାଜ୍ୟ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧରକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ୨ ସଚିବ ପ୍ରଥମେ ଉତ୍କେଳା ଏବଂ ପରେ ପାଷ୍ଟିକୁଡ଼ି ମଣ୍ଡିକୁ ଯାଇ ଧାନକିଣା ପ୍ରକ୍ରିୟା ତଦାରଖ କରିବାସହ ଚାଷୀଷଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପୂର୍ବାହ୍ନ ୧୦ ଟା ୪୫ ମିନିଟ୍ରେ କେନ୍ଦ୍ର ଖାଦ୍ୟ ଯୋଗାଣ ସଚିବ ରବି କାନ୍ତ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ସଚିବ ବୀରବିକ୍ରମ ୟାଦବ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଉତ୍କେଳାରେ ପହଞ୍ôଚ ଥିଲେ। ତାଙ୍କ ସହ କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉତ୍କେଳାରେ ଓହ୍ଲାଇବା ପରେ ଅଧିକାରୀମାନେ ଧାନ ମଣ୍ଡିକୁ ଯାଇ ଚାଷଷୀ ଏବଂ ମଣ୍ଡି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଟୋକନ ଲିଷ୍ଟ ଯାଞ୍ଚ କରିଥିଲେ।

ଟୋକନ ସମସ୍ୟା ବିଷୟରେ ଚାଷୀମାନେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟୋକନ୍ ପାଇଁ କାହାକୁ ମେସେଜ ଆସୁଥିବା ବେଳେ କାହାକୁ ଆସୁନାହିଁ, ଏକାଥରକେ ସମସ୍ତ ଚାଷୀଙ୍କୁ ଟୋକନ ମିଳିବା ଦ୍ୱାରା ଚାଷୀ ଧାନ ବିକ୍ରି କରିବା ପାଇଁ ହେଉଥିବା ଅସୁବିଧା ବିଷୟରେ କହିଥିଲେ। ଏହାପରେ ଅଧିକାରୀମାନେ ପାଷ୍ଟିକୁଡ଼ି ମଣ୍ଡି ଅଭିମୁଖେ ଯାଇଥିଲେ। ସେଠାରେ ଧାନର ମାନକୁ ନେଇ ଆଲୋଚନା କରିଥିଲେ। ଭଲ ଧାନକୁ କିଭଳି ଭାବେ କିଣାଯାଉଛି ଏବଂ ଧାନରମାନ ହ୍ରାସ ପାଇଥିଲେ କିଭଳି ଭାବେ ତାକୁ କିଣାଯାଉଛି ସେ ନେଇ ମଣ୍ଡି କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ। ଏଠାରେ ବି ଟୋକନ ଲିଷ୍ଟ ଯାଞ୍ଚ କରିଥିଲେ। ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ଅଧିକାରୀମାନେ ଗସ୍ତ ଶେଷ କରି ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।