ଓଡ଼ିଶାକୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା

ମାଲକାନଗିରି,ଏନ୍ଏନ୍ଏସ୍:ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ପାଦଯାତ୍ରାରେ ଆସି ଆଜି ମାଲକାନଗିରିରେ ପହଞ୍ଚିଛନ୍ତି। ମାଲକାନଗିରି ଜିଲ୍ଲାର ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା ଓ କୋରୁକୋଣ୍ଡା ବ୍ଲକ ପରେ ମାଲକାନଗିରି ବ୍ଲକରେ ପହଞ୍ଚିଛନ୍ତି। ବିଡିଓଙ୍କ ଅନୁପସ୍ଥିତରେ ବ୍ଲକର ବରିଷ୍ଠ କିରାଣୀ ଶିବ ଚରଣ ସେଠଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯିବ। ସତ୍ୟବ୍ରତ ପଦଯାତ୍ରାରେ ଗତବର୍ଷ ଜୁଲାଇ ୧୦ ତାରିଖଠାରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ବାହାରିଛନ୍ତି। ଆଜି ପର୍ଯ୍ୟନ୍ତ ୩୮୬ ଦିନରେ ୬୫୦୦ କିଲୋମିଟର ଅତିକ୍ରମ କରି ରାଜ୍ୟର ୨୨୨ ଟି ବ୍ଲକର ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି।