ଆଜି ରାଜ୍ୟରେ ସୁସ୍ଥହେଲେ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯,୭୪୫ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୩୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୬୨ ଜଣ, ରାୟଗଡାରୁ ୪୭ଜଣ, ଗଜପତିରୁ ୩୪ଜଣ, କେନ୍ଦୁଝରରୁ ୨୯ଜଣ, ସୁନ୍ଦରଗଡରୁ ୨୪ଜଣ, ନୟାଗଡରୁ ୨୩ଜଣ, ଯାଜପୁରରୁ ୨୧ଜଣ, କନ୍ଧମାଳରୁ ୧୯ଜଣ, ବାଲେଶ୍ୱର, କେନ୍ଦ୍ରାପଡ, ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଭଦ୍ରକ ଜିଲ୍ଲାରୁ ୧୩ ଜଣ, ଖୋର୍ଦ୍ଧାରୁ ୧୨ଜଣ, ବରଗଡରୁ ୧୧ଜଣ, ମାଲକାନଗିରିରୁ ୧୦ଜଣ, ବଲାଙ୍ଗିରି ଓ ସମ୍ବଲପୁରରୁ ୭ଜଣ ଲେଖାଏଁ, ଝାରସୁଗୁଡାରୁ ୬ଜଣ, ଢେଙ୍କାନାଳରୁ ୪ଜଣ, ଅନୁଗୁଳରୁ ୩ଜଣ, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।