ଏସବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଭାରତୀୟ ଷ୍ଟେଟ ବ୍ୟାଙ୍କ ନବରଙ୍ଗପୁର ଶାଖା ପକ୍ଷରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ସାନିଟାରୀ ପ୍ୟାଡ ବଣ୍ଟାଯାଇଛି । କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ରଜତ ପାତ୍ର ଯୋଗଦେଇ ଛାତ୍ରୀଙ୍କୁ ସଚେତନ କରିବା ସହ ସାନିଟାରୀ ପ୍ୟାଡ ବାଣ୍ଟିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ସମାଜସେବୀ ମନୋରମା ମାଝୀ ଓ ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଛାତ୍ରୀମାନେ ମୁଖ୍ୟ ପ୍ରବନ୍ଧକ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ ।