ପୁଣି ପୁରୀରେ ଅଗ୍ନିକାଣ୍ଡ

ପୁରୀ,ଏନ୍‌ଏନ୍‌ଏସ୍‌: ନୀଳାଦ୍ରି କଂପ୍ଲେକ୍ସ ହ୍ୟାଣ୍ଡଲୁମ ସୋ’ରୁମରେ ଅଗ୍ନିକାଣ୍ଡ ଘଟିଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏନେଇ ପୁରୀ ଏସପି କେବି ସିଂହ ସୂଚନା ପ୍ରଦାନ କରିଛନ୍ତି ।

ଏସପି କେବି ସିଂହ କହିଛନ୍ତି ଯେ, ୧୧୨କୁ କଲ କରିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ୫ରୁ ୧୦ ମିନିଟ ମଧ୍ୟରେ ସବୁକିଛି ସ୍ୱାଭାବିକ ହୋଇଯାଇଛି । ସେଥିପାଇଁ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।