ଅକ୍ସିଜେନ ସିଲିଣ୍ଡର ଫାଟି ୩ ମୃତ ଓ ୫ ଗୁରୁତର

ଲଖନଉ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଚିହନଟସ୍ଥିତ କେଟି ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ଦୁର୍ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ରିଫିଲିଂ ହେଉଥିବା ସମୟରେ ସିଲିଣ୍ଡର ଫାଟି ୩ଜଣଙ୍କ ମୃତ୍ୟୁ ଘଟିଛି ଓ ୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ମୁତାବିକ, ଚିନହଟସ୍ଥିତ କେଟି ବିଲ୍ଡିଂ ଷ୍ଟୋରର ଅକ୍ସିଜେନ ପ୍ଲାଣ୍ଟରେ ପାଖାପାଖି ଅପରାହ୍ନ ୩ଟା ସମୟରେ ସିଲିଣ୍ଡର ରିଫିଲିଂ ସମୟରେ ଦୁର୍ଘଟଣା ଘଟିଥିଲା। ପୁଲିସ କମିସନର ଡୀକେ ଠାକୁର ଓ ଜିଲ୍ଲାଧିକାରୀ ଅଭିଷେକ ପ୍ରକାଶ ସମେତ ଅନ୍ୟ ପୁଲିସ ଅଫିସର ଯଥାଶୀଘ୍ର ପ୍ଲାଣ୍ଟ ପହଞ୍ôଚ ମାମଲା ଯାଞ୍ଚର ଆଦେଶ ଦେଇଛନ୍ତି।