ଚାରିଧାମ ଯାତ୍ରା ପାଇଁ ରବିବାର ସୁଦ୍ଧା ୪୨ ହଜାରରୁ ଊର୍ଦ୍ଧ୍ୱ ଇ-ପାସ୍‌ ଜାରି: ଦେବସ୍ଥାନମ ବୋର୍ଡ

ଡେରାଡୁନ,ଏଜେନ୍ସି: ଗତ ଶନିବାର ଠାରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଯାଇଛି। ଦେବସ୍ଥାନମ ବୋର୍ଡର ୱେବସାଇଟ୍‌ ଅନୁସାରେ ଏହାରି ମଧ୍ୟରେ ରବିବାର ପର୍ଯ୍ୟନ୍ତ ୪୨ ହଜାରରୁ ଊର୍ଦ୍ଧ୍ୱ ଇ-ପାସ୍‌ ଜାରି କରାଯାଇଛି। ଏଥିରୁ ବ୍ରଦୀନାଥ ପାଇଁ ୯୯୮୯, କେନ୍ଦାରନାଥ ପାଇଁ ୧୮,୯୪୩, ଗୋଙ୍ଗତ୍ରୀ ପାଇଁ ୪୭୨୭ ଓ ଯମୁନେତ୍ରୀ ପାଇଁ ୪୩୬୧ ଇ-ପାସ ଜାରି ହୋଇଛି। ଘରୱାଲ କମିସନର ତଥା ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ପରିଚାଳନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାଥ ରମର ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ, ରବିବାର ବ୍ରଦୀନାଥ ପାଇଁଁ ୧୬୪୫ଟି ଇ-ପାସ ଜାରି କରାଯାଇଛି। ସେହିପରି କେଦାରନାଥ ପାଇଁ ୨୧୬୦, ଗୋଙ୍ଗତ୍ରୀ ପାଇଁ ୭୮୮ ଓ ଯମୁନେତ୍ରୀ ପାଇଁ ୫୯୮ ଇ-ପାସ ମଂଜୁରୀ କରାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ୧୨୬୭ ଜଣ ତୀର୍ଥଯାତ୍ରୀ ଚାରିଧାମକୁ ପହଞ୍ଚିସାରିଛନ୍ତି। ଏଥିରୁ ବଦ୍ରୀନାଥକୁ ୩୬୮, କେନ୍ଦାରନାଥକୁ ୫୩୬, ଗଙ୍ଗୋତ୍ରୀକୁ ୨୭୫ ଓ ଯମୁନେତ୍ରୀକୁ ୮୮ ଜଣ ପହଞ୍ଚିସାରିଥିଲେ।