ମୁମ୍ବାଇରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୫ ବାଳକ, ୨ ଜଣ ଉଦ୍ଧାର

ମୁମ୍ବାଇ,ଏଜେନ୍ସି: ମୁମ୍ବାଇରେ ଗଣେଶ ଉତ୍ସବର ଶେଷ ଦିନ ରବିବାର ରାତି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ଗଣପତି ଏବଂ ମାତା ଗୌରୀଙ୍କ ପାଖାପାଖି ୨୦ ହଜାର ମୂର୍ତ୍ତି ବିସର୍ଜନ ହୋଇଛି। ଏହି ସମୟରେ ସମୁଦ୍ର ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ୫ ବାଳକ ପାଣିରେ ବୁଡ଼ି ଯାଇଛନ୍ତି। ଏଥିରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ଦ୍ୱାରା ଅଭିଯାନ ଜାରି ରହିଛି। ଉଦ୍ଧାର ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ବିଇଏମସି କହିଛି ଯେ, ଗଣପତି ବିସର୍ଜନ ସମୟରେ ଦିନରେ ବର୍ସ୍ତୋଭା ସମୁଦ୍ର କୂଳରେ ମୋଟ ୫ ଜଣ ବାଳକ ପାଣିରେ ବୁଡ଼ି ଯାଇଥିଲେ। ଏଥିରୁ ୨ ଜଣ ବାଳକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ପୁଲିସ ନାୟକ ମନୋଜ ଡବ୍ଲ୍ୟୁ ପୋହାନେକରଙ୍କ ଅନୁସାରେ ବର୍ସୋଭା ବେଳାଭୂମିରେ କଟକଣା ଲାଗୁ କରାଯାଇଥିଲା। ତଥାପି ସ୍ଥାନୀୟ ଲୋକେ ଏହାକୁ ମାନି ନଥିଲେ। ଲୋକେ ଅନୁମତି ନ ନେଇ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ବୁଡ଼ିଯାଇଥିବା ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଆମର ଏକ ଡାକ୍ତରୀ ଟିମ ଯାଇଥିଲେ। ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ମୁମ୍ବାଇରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ୧୭୩ଟି କୃତିମ ହ୍ରଦର ବ୍ୟବସ୍ଥା କରାଯାଇଛି। ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଗଣେଶୋତ୍ସବ ସମୟରେ ମୁମ୍ବାଇର ପୂଜା ମଣ୍ଡପ ଗୁଡ଼ିକରେ ପ୍ରବଳ ଭୀଡ ପରିଲକ୍ଷିତ ହୋଇଥାଏ।