ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଶେଷ, ଗଣତି ଆରମ୍ଭ; ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ରେଜଲ୍ଟ

ନୂଆଦିଲ୍ଲୀ,ଏଜେନ୍ସି: କିଏ ହେବେ ପରବର୍ତ୍ତୀ ଉପ ରାଷ୍ଟ୍ରପତି, ସେନେଇ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ ଶୀଘ୍ର ଏହାର ଫଳାଫଳ ଘୋଷଣା କରାଯିବ।

ଆଜି ସକାଳୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଥିଲା। ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଭୋଟିଂ ଶେଷ ହୋଇଛି। ଏଥିରେ ଉପରାଷ୍ଟ୍ରପତି ପାଇଁ ଏନ୍‌ଡିଏ ତରଫରୁ କୋଲକାତାର ପୂର୍ବତନ ରାଜ୍ୟପାଳ ଜଗଦ୍ଦୀପ ଧନକରଙ୍କୁ ପ୍ରାର୍ଥୀ ଚୟନ କରାଯାଇଥିଲା ବେଳେ ବିରୋଧୀ ଦଳରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାରଗ୍ରେଟା ଆଲଭାଙ୍କୁ ପ୍ରାର୍ଥୀ କରାଯାଇଥିଲା।

ତେବେ ଅଗଷ୍ଟ ୧୧ ତାରିଖ ଦିନ ଉପରାଷ୍ଟ୍ରପତି ପଦର ଶପଥ ପାଠ ହେବ। ଏହାର ଗୋଟେ ଦିନ ପୂର୍ବରୁ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବ।