ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇଂଲଣ୍ଡକୁ ହରାଇ ପଦକ ସୁନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଇଂଲଣ୍ଡକୁ ହରାଇ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛି । ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୪ ରନରେ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ପଦକ ପାଇବାକୁ ଯାଉଛି ।

ସେମିଫାଇନାଲ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବେଟିଂ କରିବାକୁ ଯାଇ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ୍ ହାସଲ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ୩୨ ବଲରେ ୬୧ ରନ୍ ହାସଲ କରିଥିଲେ । ଅନ୍ୟପଟେ ଇଂଲଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୬୦ ରନ୍ କରିଥିଲା । ଭାରତ ତରଫରୁ ସ୍ନେହ ରାଣା ସର୍ବାଧିକ ୨ଟି ୱିକେଟ ନେଇଥିଲେ ।