ବାହାର ରାଜ୍ୟର ଯାତ୍ରୀବାହୀ ବସକୁ ଅଟକ ରଖିଲା କେନ୍ଦୁଝର ପରିବହନ ବିଭାଗ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରୁ ପଶ୍ଚିମବଙ୍ଗର ଏକ ଯାତ୍ରୀବାହୀ ବସକୁ ଅଟକ ରଖିଛି ପରିବହନ ବିଭାଗ। କରୋନା ସମୟରେ ବିନା ପରମିଟରେ ଓଡ଼ିଶା ସୀମାକୁ ଆସିଥିବାରୁ ପରିବହନ ବିଭାଗ ଅଟକ ରଖିଛି। ଏଥି ସହ ଗାଡିର ଡ୍ରାଇଭର ଓ ହେଲପରକୁ ତୁରୁମୁଙ୍ଗା ପୁଲିସ ଥାନାରେ ଅଟକ ରଖିଛି। ପରିବହନ ବିଭାଗ ସୂଚନା ଅନୁସାରେ ଯାତ୍ରୀବାହୀ ବସଟି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପଶ୍ଚିମବଙ୍ଗର କୋଲାଘାଟରୁ ସମ୍ବଲପୁରକୁ ଲୋକଙ୍କୁ ଆଣିବାକୁ ଯାଉଥିଲା।