ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ବ ଦରବାରରେ ଚମକିଲା ଭାରତୀୟ ସିନେମା । ସେହି ସମୟ ଆସିଛି ଯାହାର ଅପେକ୍ଷା ଥିଲା । ସମ୍ମାନଜନକ ୯୫ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହୋଇଛି ୨୦୨୩ । ୯୫ତମ ଓସ୍କାର ପୁରସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ ପୁରସ୍କୃତ ହୋଇଛି । କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସକୁ’ ଓସ୍କାର ପୁରସ୍କାର ମିଳିଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଓସ୍କାର ପୁରସ୍କାର ମିଳିଛି । ୩୯ ମିନିଟର ତାମିଲ ଭାଷାରେ ଚଳଚ୍ଚିତ୍ରଟି ତିଆରି ହୋଇଥିଲା । ଶିଶୁ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ତିଆରି ହୋଇଥିଲା ଚଳଚ୍ଚିତ୍ରର କାହାଣୀ ।

ଓସ୍କାର ପୁରସ୍କାର ଜିତି ଇତିହାସ ରଚିଛି ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ । ଏଲିଫ୍ୟାଣ୍ଟ ହୁଇସପରର୍ସର ନିର୍ଦ୍ଦେଶନା ଦେଇଛନ୍ତି କର୍ତିକା ଗୋନସାଭେସ ଓ ଗୁନୀତ ମୋଙ୍ଗା ଏହା ପ୍ରଜୋଜନା ଦାୟିତ୍ବ ତୁଲାଇଛନ୍ତି । ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରକୁ ଖୁବ ପ୍ରଶଂସା କରିଥିଲେ ଦର୍ଶକ । ଏହା ଛଡା ସମ୍ମାନଜନକ ଓସ୍କାର ୨୦୨୩ ସମାରୋହରେ ଭାରତୀୟ ଚଳଚ୍ଚିତ୍ର RRR ମଧ୍ୟ ଇତିହାସ ରଚିଛି । ଶ୍ରେଷ୍ଠ ଅରିଜିନାଲ ଗୀତ ଦୌଡରେ ରହିଥିବା RRR ଫିଲ୍ମର ନାଟୁନାଟୁ ଗୀତ ଓସ୍କାର ପୁରସ୍କାର ପାଇଛି । ଏହି ବର୍ଗରେ RRR ପ୍ରଥମ ଭାରତୀୟ ଫିଲ୍ମ ଭାବେ ସ୍ଥାନ ପାଇଥିଲା । ପୁରସ୍କାର ହାତେଇବା ନେଇ ଅଧିକ ସମ୍ଭାବନା ରହିଥିଲା । ପୂର୍ବରୁ ନାଟୁନାଟୁକୁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳି ସାରିଛି । ଏହାଛଡା ଓସ୍କାର ପୁରସ୍କାର ଦୌଡରେ ଦ କାଶ୍ମୀର ଫାଇଲ୍ସ ସମେତ ୯ଟି ଭାରତୀୟ ଚଳଚ୍ଚିତ୍ର ସାମିଲ ହୋଇଛନ୍ତି ।