ଚିନ୍ତା ବଢାଇଲା H3N2 ଭୂତାଣୁ, ଚିଠି ଲେଖି ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର,ଏନ୍ଏନ୍ଏସ୍: କୋରୋନା ପରେ ଡରାଉଛି H3N2 ଭୂତାଣୁ । ଏହି ଭାଇରସ ଯୋଗୁଁ ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିପାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯ H3N2 ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ତପ୍ତର ହୋଇଉଠିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏନେଇ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖି ବିଭିନ୍ନ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଳୟକୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ।

ସମସ୍ତ ମେଡିକାଲ କଲେଜର ଅଧିକ୍ଷକ, କ୍ୟାପିଟାଲ୍ ହସପିଟାଲର ନିର୍ଦ୍ଦେଶକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ କୁହାଯାଇଛି ଯେ, ଜ୍ବର ଥଣ୍ଡା ଜନିତ ଭଳି ରୋଗୀଙ୍କ ସଂପର୍କରେ ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରାଯିବ । ସର୍ଭେଲାନ୍ସ ବଢାଇବାକୁ ଗୁରୁତ୍ବ ଦିଆଯାଉ । ଆବଶ୍ୟକ ପଡ଼ିଲେ ରୋଗୀଙ୍କ ନମୁନା କୋଭିଡ ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଉ ।