ଉତ୍ତରାଖଣ୍ଡ ମସୁରୀରେ ଓଡିଶା ପର୍ଯ୍ୟଟକଙ୍କ କାର ଦୁର୍ଘଟଣାଗସ୍ତ: ୯ ଆହତ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡ ମସୁରୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଓଡିଶା ପର୍ଯ୍ୟଟକଙ୍କ କାର। ଏକ କାର (ଟମ୍ପୋ-ଟ୍ରାଭେଲର) ବ୍ରେକ ଫେଲ ହେବା ଫଳରେ ପାହାଡରେ ଧକ୍କା ହୋଇଛି। ଗାଡିରେ ୧୩ ଜଣ ଯାତ୍ରୀ ଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମସୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମୁସୁରୀ-ଡେରାଡୁନ୍ ରାସ୍ତାରେ ଭଟ୍ଟା ଜଳପ୍ରପାତ ନିକଟରେ ଏହି ଟ୍ରାଭେଲର ବ୍ରେକ୍ ଫେଲ ହେବା ପରେ ପାହାଡରେ ଧକ୍କା ହୋଇଥିଲା। ଆହତଙ୍କ ମଧ୍ୟରେ ୨ ଜଣ ଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଅବଶିଷ୍ଟ ସମସ୍ତେ ଓଡିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।