ରାଷ୍ଟ୍ରପତିଙ୍କୁ ଆଜି ୫ଟାରେ ଭେଟିବେ ବିପକ୍ଷ ଦଳର ନେତା

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ବିପକ୍ଷ ଦଳର ନେତା ଆଜି ୫ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି ସମୟରେ କୋଭିଡ ୧୯ ସହ ଜଡ଼ିତ ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ପଡ଼ିବ। ଫଳରେ ମାତ୍ର ୫ଜଣ ନେତା ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ସାକ୍ଷାତ ପାଇଁ ବିପକ୍ଷ ଦଳ ନେତାଙ୍କୁ ଅନୁମତି ନେବାକୁ ପଡ଼ିଥିଲା।

ଅନ୍ୟପଟେ ରାଜ୍ୟସଭା ଉପସଭାପତି ହରିବଂଶ ନାୟାୟଣ ସିଂ ତାଙ୍କ ୨୪ ଘଣ୍ଟିଆ ଉପବାସ ଭାଙ୍ଗିଛନ୍ତି। ସଂସଦରେ ତାଙ୍କ ସହ ହୋଇଥିବା ବ୍ୟବହାରରେ ଦୁଃଖୀ ଥିବା ହରିବଂଶ ୨୪ ଘଣ୍ଟା ପାଇଁ ଉପବାସ କରିଥିଲେ। ଉପସଭାପତିଙ୍କ ସହ ହୋଇଥିବା ଦୁର୍ବ୍ୟବହାର ପାଇଁ ୮ଜଣ ସାଂସଦଙ୍କୁ ୭ଦିନ ପାଇଁ ନିଲମ୍ବିତ କରାଯାଇଛି।