ଲୋକସଭାରେ ପାରିତ ହେଲା ୩ଟି ଶ୍ରମିକ ବିଲ୍ : ସବୁ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ଲୋକସଭାରେ ଶ୍ରମିକଙ୍କ ସହ ଜଡ଼ିତ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଞ୍ଜୁରୀ ମିଳିଯାଇଛି। ସରକାରଙ୍କ କହିବାନୁସାରେ ଏହି ୩ଟି ବିଲ୍ ଶ୍ରମିକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଆଉ ଏହି ବିଲକୁ ଆଜି ରାଜ୍ୟସଭାରେ ମଧ୍ୟ ପାରିତ କରାଯିବ। ଲୋକସଭାରେ ପାରିତ ହୋଇଥିବା ଏହି ୩ଟି ବିଲ୍ ୨୯ଟି ପୁରୁଣା ଶ୍ରମିକ ବିଲର ସ୍ଥାନ ଗ୍ରହଣ କରିବ।

ଏହି ନୂଆ ବିଲ୍ ଅନୁସାରେ, ସମସ୍ତ ପ୍ରକାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ। କଣ୍ଟ୍ରାକ୍ଟଚୁଆଲ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ଦେବାକୁ ପଡ଼ିବ। ସବୁ କର୍ମଚାରୀଙ୍କୁ ଗ୍ରେଚ୍ୟୁଟୀର ସୁବିଧା ଦିଆଯିବ। ସେମାନଙ୍କୁ ଗ୍ରେଚ୍ୟୁଟୀ ପାଇବା ପାଇଁ ଗୋଟିଏ କମ୍ପାନୀରେ ୫ ବର୍ଷ କାମ କରିବାକୁ ପଡ଼ିବନି। ମହିଳାଙ୍କୁ ସଂଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯାଇଛି। ଓଲା ଏବଂ ଉବେର ଭଳି ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ସାମାଜିକ ସୁରକ୍ଷାରେ ସାମିଲ କରାଯିବ।

ସେହିପରି ପ୍ରବାସୀ ଶ୍ରମିକଙ୍କୁ ବି ସୁବିଧା ମିଳିବ। ଯେଉଁ ସ୍ଥାନକୁ ବି ଗଲେ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରାଯିବ। ରୀ ସ୍କିଲିଂ ଫଣ୍ଡ ପ୍ରସ୍ତୁତ କରାଯିବ ଯାହାକି ଛଟେଇ ପରିସ୍ଥିତି ଉପୁଜିଲେ ଶ୍ରମିକଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ଟ୍ରେନିଂ ପ୍ରଦାନ କରିବ। ୧୦ରୁ ଅଧିକ କର୍ମଚାରୀଯୁକ୍ତ କମ୍ପାନୀକୁ ତା’ର କର୍ମଚାରୀଙ୍କ ପାଇଁ ଇପିଏଫ୍ ଓ ଇଏସ୍ଆଇର ସୁବିଧା କରିବାକୁ ପଡ଼ିବ।