କିନ୍ନରଙ୍କୁ କର୍ମ ସଂସ୍ଥାନ ଓ ବାସଗୃହ ଯୋଗାଇବାକୁ କେନ୍ଦୁଝର କିନ୍ନର ମହାସଂଘର ଦାବୀ

କେନ୍ଦୁଝର,ଏନ୍ଏନ୍ଏସ୍: କିନ୍ନରଙ୍କୁ କର୍ମ ସଂସ୍ଥାନ ଓ ବାସ ଗୃହ ଯୋଗାଇ ଦେବାକୁ କେନ୍ଦୁଝର କିନ୍ନର ମହାସଂଘ ତରଫରୁ ଆଜି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସମ୍ମାନର ସହ ବଞ୍ଚିବା ପାଇଁ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପୋୖରାଞ୍ଚଳ, ସ୍ୱେଛାସେବୀ ଅନୁଷ୍ଠାନ କିମ୍ବା ଅନ୍ୟାନ୍ୟ ସ୍ଥାନରେ କର୍ମ ନିଯୁକ୍ତି ଦିଆଯିବା ସହ ସେମାନଙ୍କୁ ବାସଗୃହ ଯୋଗାଇଦେଲେ ସେମାନେ ଉପକୃତ ହୁଅନ୍ତେ ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ କେନ୍ଦୁଝର କିନ୍ନର ମହାସଂଘର ପ୍ରତିଷ୍ଠାତା ସାଧନା ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।